Latest Odisha News

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରିବା ନେଇ ଆଦେଶନାମା ଜାରୀ କରାଯାଇଛି ।

ସୂଚନାଯୋଗ୍ୟ, ଇଡି ୬୦୦ କୋଟି ଟଙ୍କାର ସମ୍ପତି ଜବତ କରିସାରିଛି । କୁଣାଳ ଶାରଦା ମିଡିଆ ଗ୍ରୁପର ସିଇଓ ଥିଲ । ସେହିପରି ଶତାବ୍ଦୀ ବ୍ରାଣ୍ଡ ଆମ୍ବାସଡର ଓ ଦେବଯାନୀ ଶାରଦା ଗ୍ରୁପର ନିର୍ଦ୍ଦେଶକ ଥିଲେ ।

Comments are closed.