Latest Odisha News

BREAKING NEWS

ୱାଙ୍ଖେଡ ଷ୍ଟାଡିୟମର ୩ ଗ୍ରାଉଣ୍ଡ ଷ୍ଟାଫଙ୍କୁ କରୋନା

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମଙ୍ଗଳବାର ଆଉ ୩ଜଣ ୱାଙ୍ଖେଡ ଷ୍ଟାଡିୟମ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହି ୩ଜଣ ଗ୍ରାଉଣ୍ଡ ଷ୍ଟାଫ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି । ଯାହା ଫଳରେ ଚିନ୍ତା ବଢ଼ିଛି । ପୂର୍ବରୁ ଆଉ ୧୦ ଷ୍ଟାଫ ଏହି ମହାମାରୀ କବଳରେ ପଡିଥିଲେ ।

ଏମସିଏ ଗ୍ରାଉଣ୍ଡ କର୍ମଚାରୀଙ୍କ କରୋନା କଟକଣା କଡା ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଟୁର୍ଣ୍ଣାମେଂଟ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ଗ୍ରାଉଣ୍ଡ ଷ୍ଟାଫ କୁଆଡେ ନ ଯାଇ ଷ୍ଟାଡିୟମ ଭିତରେ ରହିବେ । ୩ଜଣ କ୍ରିକେଟର କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ସମସ୍ତେ ସୁସ୍ଥ ଅଛନ୍ତି । ନୀତିଶ ରାଣାଙ୍କ ରିପୋର୍ଟ ନେଗେଟିଭ ଆସିସାରିଛି ।

Leave A Reply

Your email address will not be published.