Latest Odisha News

BREAKING NEWS

ଗଞ୍ଜାମରୁ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି।

ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସୂଚନା ଅନୁଯାୟୀ କୁମ୍ଭାରଶାଳରେ ଥାକ ହୋଇଥିବା ହାଣ୍ଡି ପଛପଟେ ଅହିରାଜ ସାପଟି ଲୁଚି ରହିଥିବା ବେଳେ ଉଭୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମିଶି ୯ ଫୁଟ ଲମ୍ବର ସାପଟିକୁ ଉଦ୍ଧାର କରି ଏକ ଲମ୍ବା ବ୍ୟାଗରେ ଭର୍ତ୍ତି କରିଥିଲେ ।

ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମ ଠାରୁ ଅନେକ ଦୂରରେ ଜଙ୍ଗଲ ଭିତରେ ସାପକୁ ଛାଡି ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଅହିରାଜ ସାପର ବିଷ ନ୍ୟୁରୋଟକ୍ସିକ ଏବଂ ଏହି ସାପ କାମୁଡ଼ିଲେ ଯଦି ବିଷ ମଣିଷ ଦେହକୁ ଗଲା, ତେବେ ଭାରତରେ ମୃତ୍ୟୁ ସୁନିଶ୍ଚିତ। କାରଣ ଆମ ଦେଶରେ ଅହିରାଜ ସାପ ବିଷର ଆଣ୍ଟି ଭେନମ ଉପଲବ୍ଧ ନାହିଁ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Comments are closed.