Latest Odisha News

BREAKING NEWS

କାହିଁକି ନିଜ ୱେିଡିଙ୍ଗ୍‌ ଗାଉନ୍‌ ପିନ୍ଧି କରୋନା ଟିକା ନେଲେ ମହିଳା

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋରର ଜଣେ ମହିଳା କୋଭିଡ ଟିକା ନେବା ସମୟରେ ତାଙ୍କ ବିବାହ ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ପୋଷ୍ଟ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ ମେଡିକାଲ୍‌ ସିଷ୍ଟମ ଟୁଇଟ୍‌ କରିଛି।

ସୂଚନା ଅନୁଯାୟୀ ଉକ୍ତ ମହିଳା ସାରା ଷ୍ଟଡଲିଙ୍କର କାଲିଫର୍ନିଆର ସାନ ଡିଏଗୋର ବାଲବୋଆ ପାର୍କରେ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ତାଙ୍କ ବିବାହ ବାତିଲ୍‌ ହୋଇଯାଇଥିଲା। ଯାହା ତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୁର୍‌ମାର କରିଦେଇଥିଲା।

ସେଥିପାଇଁ ସାରା ତାଙ୍କ ସୁନ୍ଦର ୱେଡିଙ୍ଗ୍‌ ଗାଉନ୍‌କୁ ବିବାହ ରିସେପ୍ସନ୍‌ରେ ପିନ୍ଧିବା ପରିବର୍ତ୍ତେ ଟିକାକରଣ କେନ୍ଦ୍ରକୁ ପିନ୍ଧିକି ଆସିଥିଲେ।

ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ପୋଷ୍ଟକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ପ୍ରଭାବିତ ହୋଇଥିଲେ। ଏହି ପୋଷ୍ଟକୁ ଅନେକ ଲାଇକ୍ ମିଳିଥିବା ମଧ୍ୟ ଦେଖିବାକୁ ମିଳିଛି। ଦେଖନ୍ତୁ ପୋଷ୍ଟ;

 

Comments are closed.