ରାଉରକେଲା : ସୁନ୍ଦରଗଡ଼ରେ ବ୍ୟାପୁଛି ମହାମାରୀ କରୋନା । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ଓ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୪ ଜଣ କର୍ମଚାରୀ ଓ ଅଫିସର ହୋମ ଆଇସୋଲେସନରେ ଅଛନ୍ତି । ଅବକାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି । ଏହାସହ ଆସନ୍ତା ୭ ଦିନ ପାଇଁ ଅବକାରୀ ଅଫିସକୁ ବନ୍ଦ କରାଯାଇଛି । ସୂଚନା ଅନୁସାରେ, ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସି ଅବକାରୀ ବିଭାଗ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଅବକାରୀ ବିଭାଗ ଡିଏସପି ଝସକେତନ ବରିହା ।
BREAKING NEWS
- କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି
- ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’
- ତୃତୀୟ ପର୍ଯ୍ୟାୟ ମତଦାନ କାଲି, ୧୧ ରାଜ୍ୟର ୯୩ ଆସନର ହେବ ଭାଗ୍ୟ ନିରୀକ୍ଷଣ
- ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ
- ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ
- ସ୍ବାମୀ ସହ ଝଗଡା ପରେ ୬ ବର୍ଷର ଦିବ୍ୟାଙ୍ଗ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଲା ମା’
- ବିଜେଡି ସୁପ୍ରିମୋଙ୍କୁ ମୋଦୀଙ୍କ ଟାର୍ଗେଟ; ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ମୁଁ ନୁହେଁ
- ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ
- କନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?
- ଆନ୍ଧ୍ର ଡିଜିପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ