Latest Odisha News

BREAKING NEWS

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ମୁଖ୍ୟ ସଚିବ ସୋମେଶ କୁମାର ଏନେଇ ସୂଚନା ଦେଇଛନ୍ତି। କେସିଆର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ସେ ଏବେ ମେଡାକ ଜିଲ୍ଲା ସ୍ଥିତ ତାଙ୍କ ଫାର୍ମହାଉସରେ ହୋମ୍ ଆଇସୋଲେସନରେ ରହୁଛନ୍ତି।

ସୂଚନା ଅନୁଯାୟୀ କେସିଆର ନିକଟରେ ନାଗାର୍ଜୁନ ସାଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଟିଆରଏସ ପ୍ରାର୍ଥୀ ନୋମୁଲା ଭାଗବତଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ଭାଗବତ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.