Latest Odisha News

BREAKING NEWS

ଦେଶରେ ୧୦ ରାଜ୍ୟରୁ ୮୩% କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନା । ସଂକ୍ରମିତଙ୍କ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ପ୍ରାଣ ହରାଇଛନ୍ତି ତାର ପାଖାପାଖି ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ବାହାରିଛନ୍ତି ।
ଦୈନିକ ସଂକ୍ରମଣ ଓ ଡେଥ୍ କେସରେ ଆଗରେ ରହିଛି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୩୫୧ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିଲ୍ଲୀରେ ୨୪୦, ଛତିଶଗଡ଼ରେ ୧୭୫, ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୧୬୭, ସେହିପରି କର୍ଣ୍ଣାଟକରୁ ୧୪୬, ଗୁଜରାଟ ୧୧୭ । ଏବେ ଦେଶରେ ମୃତ୍ୟୁହାର ରହିଛି ୧.୧୮ ପ୍ରତିଶତ ।

Leave A Reply

Your email address will not be published.