Latest Odisha News

BREAKING NEWS

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି ।

ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ ଅସମ୍ଭାଳ ଭିଡ ଜମିଥିଲା । ସ୍ଥାନୀୟ ଲୋକେ କରୋନା କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେବାଳୟରେ ଭିଡ ନକରି କଟକଣା ଅନୁଯାୟୀ ପୂଜାପାଠ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ହେଲେ ଏହି ନିର୍ଦ୍ଦେଶକୁ ଫୁ କରି ମନ୍ଦିରରେ ବ୍ୟାପକ ଭିଡ ଜମିଥିଲା ।

ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ମନ୍ଦିର ପରିସରରୁ ବାହାର କରିଥିଲା । ତେବେ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.