Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: ସୋମବାର ଦେଶବ୍ୟାପୀ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସମଗ୍ର ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ସମସ୍ତ ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ପୂର୍ବକ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଛି ।

ଅଲ ଇଣ୍ଡିଆ ଟ୍ରେଡ଼ର୍ସ (ସିଆଇଏଟି) ର ମିଳିତ ମଞ୍ଚ ପକ୍ଷରୁ ସୋମବାରକୁ ‘ଭାରତ ବ୍ୟବସାୟ ବନ୍ଦ’ ପାଳନ କରିବାକୁ ଦେଶର ସମସ୍ତ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଅନୁରୋଧ କରାଯାଇଛି । ଏହି ଡ଼ାକରାକୁ ସମର୍ଥନ କରି ନିଜ ନିଜ ପ୍ରତିଷ୍ଠାନ, ଦୋକାନ ତଥା ବାଣିଜ୍ୟିକ ଅନୁଷ୍ଠାନର ସଟର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।

ସୋମବାର ଦିନ ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଜ ନିଜ ଦୋକାନ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ‘ଅଲ୍ ଇଣ୍ଡିଆ ଟ୍ରେଡ଼ର୍ସ’ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶାରେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ଗ୍ରହଣ କରିଛି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ସିଆରପିଏଫ ଯବାନଙ୍କ ପ୍ରାଣହାନୀ ଘଟିଥିଲା, ଏହି ଘଟଣାରେ ୨ ଜଣ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

Leave A Reply

Your email address will not be published.