କଳାହାଣ୍ଡି:ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ। କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆର୍ ଆଇ । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ। କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨୦୦୦ ହଜାର ଟଙ୍କା ଦାବି କରିଥିଲେ ଆରଆଇ ରମେଶ ବରାଳ। ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ। କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନିଆଯାଇଥିବା ଜଣାପଡ଼ିଛି।
BREAKING NEWS
- ଫିଟନେସ ଟେଷ୍ଟରେ ପାସ କଲେ ରୋହିତ, ହାର୍ଦ୍ଦିକ
- ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ: ପ୍ରଥମଥର ପାଇଁ ମୁତୟନ କଲା ୧୨ଟି ପରମାଣୁ ଅସ୍ତ୍ର
- ଅଖିଳ ଭାରତୀୟ ସୈନିକ ସ୍କୁଲ ଆନ୍ତଃଗ୍ରୁପ୍ ହକି ପ୍ରତିଯୋଗିତା-୨୦୨୬ ଆରମ୍ଭ
- ୨୧ ବର୍ଷ ପରେ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ବାଂଲାଦେଶ
- ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
- Rajya Sabha by-election:ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍
- ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ଶାସନକାଳରେ ବିକାଶର ଶିଖର ଛୁଇଁଛି ଓଡ଼ିଶା’
- ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ମମତା, ‘ଏହି କଷ୍ଟକର ସମୟରେ କଂଗ୍ରେସ ଆପଣଙ୍କ ସହ ରହିଛି’
- ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’ କରମୁକ୍ତ
- ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏକୁ ହରାଇଲା ଭାରତ ଏ
Comments are closed.