Latest Odisha News

BREAKING NEWS

IPL: ଶେଷ ଓଭରରେ ୩୭ ରନ୍ କରି ଜାଡେଜାଙ୍କ ରେକର୍ଡ

ମୁମ୍ବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସରେ ଜାଡେଜା ଶେଷ ଓଭରରେ ୩୭ ରନ୍ କରି ରେକର୍ଡ କରିଛନ୍ତି । ବାମହାତୀ ଜାଡେଜା ୨୮ ବଲ୍ ଖେଳି ଅପରାଜିତ ୬୨ ରନ୍ କରିଥିଲେ ।

ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୧୯ ମ୍ୟାଚକୁ ୬୯ ରନରେ ଜିତି ନେଇଛି । ୱାଙ୍ଖେଡେରେ ଖେଳା ଯାଇଥିବା ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୧ ରନର ବିଶାଳ ସ୍କୋର କରିଥିଲା । ୧୯୨ ରନର ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଚେନ୍ନାଇର ଘାତକ ବୋଲିଂ ଆଗରେ ହାର୍ ମାନିଥିଲା ଆରସିବି । ୩.୧ ଓଭରର ଦଳୀୟ ସ୍କୋର ମାତ୍ର ୪୪ ହୋଇଥିବା ବେଳେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ ବିରାଟ କୋହଲି । ୪.୬ ଓଭରରେ ଦେବଦତ୍ତ ପଡ଼ିକାଲ ୩୪ ରନର ପାଳି ଖେଳି ପ୍ୟାଭିଲିୟନ୍ ଫେରିଥିଲେ । ନିୟମିତ ବ୍ୟବଧ୍ୟାନରେ ଆରସିବିର ଗୋଟିଏ ପରେ ଗୋଟିଏ ୱିକେଟ୍ ପତନ ଘଟିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୨ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଆରସିବି ପକ୍ଷରୁ ଦେବଦତ୍ତ ପାଡିକାଲ ସର୍ବାଧିକ ୩୪ ରନ୍ କରିଥିବା ବେଳେ ଗ୍ଲେନ୍ ମାକ୍ସୱେଲ୍ ୨୨, କେଲ୍ ଜାମିସନ୍ ୧୬ ଓ ମହମ୍ମଦ ସିରଜ୍ ଅପରାଜିତ ୧୨ ରନ୍ କରିଥିଲେ । ଦଳର ଅନ୍ୟ କେହି ଖେଳାଳି ୨ ଅଙ୍କ ସ୍କୋର୍ ଛୁଇଁ ପାରିନଥିଲେ । ଚେନ୍ନାଇ ପକ୍ଷରୁ ଫାପ ଦୁ ପ୍ଲେସିସ୍ ୫୦ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ଅପରାଜିତ ୬୨ ରନ୍ କରିଥିଲେ । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଇମ୍ରାନ ତାହିର ୨ଟି ୱିକେଟ୍ ନେଇଥିଲେ ।

Leave A Reply

Your email address will not be published.