ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍ ଥିବା ଏହି ଜାହାଜରେ ୬୯୮୮ ଯାତ୍ରୀ ଯାଇପାରିବେ । ଯାତ୍ରା କରିବା ପାଇଁ ଜଣେ ଯାତ୍ରୀଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ । ସେହିପରି ଫ୍ୟାମିଲି ସୁଟ ପାଇଁ ୨୭.୫ ଲକ୍ଷ ଟଙ୍କା ଦେବାକୁ ପଡିବ । ୯ ରାତି ଓ ୮ ଦିନର ଏହି ଯାତ୍ରାରେ ଟୋକିଓ, ମାଉଂଟ ଫୁଜି, କୁମାମୋଟୋ, କାଗିଶିମା, ଇଶିଗାକି ବନ୍ଦର ଦେଇ ଏହି ମେଗା ଶିପ୍ ଯାତ୍ରା କରିବ । ୧୦ ମହଲା ବିଶିଷ୍ଟ ଏହି ଜାହାଜରେ ୧୮ ଡେକ୍, ୨୮୬୭ ଷ୍ଟେଟରୁମସ ରହିଛି । ଏହାର ଲମ୍ବ ୧୧୮୮ ଫୁଟ, ଚଉଡା ୨୧୦ ଫୁଟ ଓ ଓଜନ ୨.୩୭ ଲକ୍ଷ ଟନ । ୱଣ୍ଡର ଅଫ ଦି ଶିପରେ ପୁଲ, ସ୍ପୋର୍ଟ୍ସ ଜୋନ, ଜିମ୍, ବାସ୍କେଟବଲ, ମିନି ଗଲ୍ଫ କୋର୍ସ ଓ ଭଲିବଲ କୋର୍ଟ ରହିଛି ।
BREAKING NEWS
- ୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
- ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର
- ଦ୍ରୁତଗାମୀ ଗ୍ରହ ନକ୍ଷତ୍ରଙ୍କୁ ଚଳାଉଛି ଏଲିୟନ୍
- ଖୁବ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଆଇନ ମନ୍ତ୍ରୀ
- ୨୦୩୬ରେ ଓଡ଼ିଶା ପାଳିବ ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି : ପ୍ରଧାନମନ୍ତ୍ରୀ
- ୪ରେ ପୁରୀ ଆସିବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ
- ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି
- କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…
- ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି
- କାହିଁକି ବିମାନରେ ନଡିଆ ନେବା ମନା?
Comments are closed.