Latest Odisha News

ବିଦେଶୀ ଖେଳାଳିଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର : ବିସିସିଆଇ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଉଥିବାରୁ ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ ଭୟଭୀତ ହେଇ ପଡିଛନ୍ତି । ଇତି ମଧ୍ୟରେ ଆଣ୍ଡ୍ର‌୍ୟୁ ଟାଇ, କେନ ରିଚାର୍ଡସନ, ଆଦାମ ଜାମ୍ପା ଭଳି ଖେଳାଳି ସ୍ୱଦେଶ ଫେରିବା ପାଇଁ ଘୋଷଣା କରି ସାରିଛନ୍ତି ।

ମଙ୍ଗଳବାର ବିସିସିଆଇ ସ୍ପଷ୍ଟ ଭାବେ ଘୋଷଣା କରିଛି ଯେ, ବିଦେଶୀ ଖେଳାଳିମାନଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର । ଏଥିନେଇ ବ୍ୟତୀବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି ବିସିସିଆଇ ସିଓଓ ହେମାଙ୍ଗ ଆମିନ କହିଛନ୍ତି । ଖେଳ ମାଧ୍ୟମରେ ଆମେ କିଛି ଲୋକଙ୍କ ମୁହଁରେ ହସ ଫୁଟାଇ ପାରୁଛେ, ଏହା ଜାରୀ ରହୁ ବୋଲି ସେ କହିଛନ୍ତି ।

Comments are closed.