Latest Odisha News

କମିଲା କୋଭାକ୍ସିନ୍ ଦର

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସାରା ଦେଶର ଲୋକଙ୍କ ପାଇଁ ଖୁସି ଖବର । ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପରେ କମିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା ଦର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ୪୦୦ ଟଙ୍କାକୁ କମାଇଛି ଭାରତ ବାୟୋଟେକ୍ । ପୂର୍ବରୁ ରାଜ୍ୟଗୁଡ଼ିକୁ କୋଭାକ୍ସିନ ଟିକା ଡୋଜ୍‌ ପିଛା ୬୦୦ ଟଙ୍କାରେ ବିକ୍ରି କରିବ ବୋଲି ଘୋଷଣା କରିଥିଲା ଭାରତ ବାୟୋଟେକ୍ । କିନ୍ତୁ ଆଜି ଏହାର ଡୋଜ୍‌ ପିଛା ୪୦୦ ଟଙ୍କାକୁ ହ୍ରାସ ପାଇଛି । ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲ ପୂର୍ବଭଳି ୧୨୦୦ ଟଙ୍କାରେ ଟିକାର ଡୋଜ୍‌ ଗୁଡ଼ିକ କିଣିବେ ।

ଭାରତ ବାୟୋଟେକ୍ ପୂର୍ବରୁ ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକାର ଦାମ ୪୦୦ ଟଙ୍କାରୁ ୩୦୦ ଟଙ୍କାକୁ ହ୍ରାସ କରିଥିଲା । ତେବେ ଘରୋଇ ଡାକ୍ତରଖାନା ପାଇଁ ଦର ପୂର୍ବପରି ଅପରିବର୍ତ୍ତିତ ରଖିଛି ସେରମ୍ । ଘରୋଇ ହସ୍ପିଟାଲମାନେ କୋଭିସିଲ୍ଡ ଡୋଜ ପିଛା ୬୦୦ ଟଙ୍କାରେ କିଣିବେ ।

Comments are closed.