ଭୁବନେଶ୍ୱର: ରାଜ୍ୟରେ ଲମ୍ବା ଲମ୍ଫ ମାରୁଛି କରୋନା । ଯଦିଓ ଏବେ ଫ୍ଲାଟିନିଂ ସ୍ଥିତିରେ ରହିଛି । କେବେ ଉପରକୁ ଉଠୁଛି ତ କେବେ ତଳକୁ ଖସୁଛି । ତଥାପି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ଆକ୍ଟିଭ୍ କେସ୍ ସଂଖ୍ୟା ୬୧ ହଜାର ପାର କରିଛି । ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ଦୈନିକ ସଂକ୍ରମଣ ଓ ଆକ୍ଟିଭ୍ କେସ ତାଲିକାର ଶ୍ରେଷ୍ଠ ତିନିଟି ଜିଲ୍ଲା । ଏହି ତିନିଟି ଜିଲ୍ଲାରେ ଏବେ ମୋଟ୍ ୨୧ହଜାର ୧୭୬ ଆକ୍ଟିଭ୍ କେସ୍ ରହିଛି । ଯାହାକି ରାଜ୍ୟର ସକ୍ରିୟ ମାମଲାର ୩୪.୩୨ ପ୍ରତିଶତ । ଏବେ ରାଜ୍ୟରେ ଅଛି ୬୧ହଜାର ୬୯୮ଟି ଆକ୍ଟିଭ୍ କେସ୍ ।
ଏହି ତିନିଟି ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆଉ ୮ଟି ଜିଲ୍ଲା ସଂକ୍ରମଣରେ ରାଜ୍ୟ ପାଇଁ ଟେନସନ୍ । ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବି ମାଡୁଛି ମହାମାରୀ । ଏହି ୭ଟି ଜିଲ୍ଲା ରେଡ୍ ଜୋନରେ ଅଛି । ଏସବୁ ଜିଲ୍ଲାରେ ଏବେ ୧୯ହଜାର ୪୮୧ଟି ଆକ୍ଟିଭ୍ କେସ୍ ରହିଛି । ଯାହାକି ରାଜ୍ୟର ମୋଟ୍ ଆକ୍ଟିଭ୍ କେସର ୩୧.୫୭ ପ୍ରତିଶତ । ଅର୍ଥାତ ୧୦ଟି ଜିଲ୍ଲାରେ ଏବେ ୬୫ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ କେବଳ ୨ହଜାର ୭୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମ ଓଡ଼ିଶାରେ ୭ଜିଲ୍ଲାରୁ ବାହାରିଛନ୍ତି ୨ହଜାର ୫୭୦ ନୂଆ ଆକ୍ରାନ୍ତ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବାରୁ ସେସବୁ ଜିଲ୍ଲାରେ ବଢୁଛି ପଜିଟିଭ୍ କେସ୍ । ଖୋର୍ଦ୍ଧା ଓ କଟକରୁ ରାଜ୍ୟ ବାହାରୁ ଅଧିକ ଲୋକ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।
BREAKING NEWS
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
Comments are closed.