Latest Odisha News

BREAKING NEWS

ବଲାଙ୍ଗିରରେ ଉପର ମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର : ରାଜ୍ୟରେ କମୁନି ତାତି । ଜାରୀ ରହିଛି ସୂର୍ଯ୍ୟଙ୍କ ପ୍ରକୋପ । ଲଗାତର କିଛି ଦିନ ଧରି ପାରଦ ଉପରମୁହାଁ ରହୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହରର ତାପମାତ୍ରା । ତେବେ ୪୨.୮ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

BjdElectrycity

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୨ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୭, କଟକରେ ୩୬.୪, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୮.୧, ଗୋପାଳପୁରରେ ୩୨.୮, ପୁରୀରେ ୩୩.୨, ଅନୁଗୁଳରେ ୪୧.୭, ବାରିପଦାରେ ୩୭.୬, ଝାରସୁଗୁଡ଼ାରେ ୪୦, କେନ୍ଦୁଝରରେ ୩୬.୮, ସମ୍ବଲପୁରରେ ୪୦.୧, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୩୮.୬, ତାଳଚେରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ, କୋରାପୁଟରେ ୩୫.୫, ଫୁଲବାଣୀରେ ୩୯.୮, ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୩୭.୫, ସୋନପୁରରେ ୪୧.୩, ଦାରିଙ୍ଗବାଡିରେ ୩୪.୫, ନୟାଗଡ଼ରେ ୩୮, ବୌଦ୍ଧରେ ୪୧, ଛତ୍ରପୁରରେ ୩୨.୫, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.