Latest Odisha News

BREAKING NEWS

ଫିଲ୍ମ ‘ଦ ଡର୍ଟି ପିକ୍ଚର’ ପାଇଁ ବିଦ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦି ଡର୍ଟି ପିକ୍ଚର ପାଇଁ ବିଦ୍ୟା ବାଲାନ ନଥିଲେ ପ୍ରଥମ ପସନ୍ଦ। ଏଥିପାଇଁ ପ୍ରଥମେ କଙ୍ଗନାଙ୍କୁ ଚୟନ କରାଯାଇଥିଲା। ସେ ଏହି ଅଫର୍‌ ପ୍ରତ୍ୟାଖାନ କରିବା ପରେ ଏହି ଚରିତ୍ର ପାଇଁ ବିଦ୍ୟାଙ୍କୁ ବଛାଯାଇଥିଲା।

ଏ ନେଇ ଏକ ସାକ୍ଷାତକାରରେ କଙ୍ଗନା ରାନାୱତ କହିଛନ୍ତି ଯେ ତାଙ୍କୁ ଏହି ଭୂମିକା ଦିଆଯାଇଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମରେ ବିଦ୍ୟାଙ୍କ ଚମତ୍କାର ଭୂମିକାକୁ ନିଭେଇ ପାରି ନଥାନ୍ତେ।

ସେ କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ବିଦ୍ୟା ବାଲାନଙ୍କ ଅପେକ୍ଷା ମୁଁ ଭଲ ଅଭିନୟ କରିପାରିଥା’ନ୍ତି କାରଣ ଏଥିରେ ତାଙ୍କ ଅଭିନୟ ବେଶ୍‌ ଚମତ୍କାର ଥିଲା।

Leave A Reply

Your email address will not be published.