ନୂଆଦିଲ୍ଲୀ: ବିଜେପିର ବଙ୍ଗ ଦଳକ ସ୍ୱପ୍ନ ଧୂଳିସାତ ହୋଇଛି । ପଦ୍ମ ଦଳର ଦମ୍ଭ ଭାଙ୍ଗି ଦେଇଛି ଟିଏମସି । ମମତା ବାନାର୍ଜୀଙ୍କ କରିସ୍ମା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ଶାହ ଓ ନଡ୍ଡାଙ୍କ ଷ୍ଟ୍ରାଟେଜୀ କାମ ଦେଲାନି । ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ଯୋଗୀଙ୍କ ହାଇଭୋଲଟେଜ୍ ପ୍ରଚାର ଟିଏମସିର ଲୋକପ୍ରିୟତା ଆଗରେ ଫିକା ପଡ଼ିଗଲା । ଦୁଇ ଶହ ସିଟରେ ବିଜୟ ନାରା ଦେଇଥିବା ବିଜେପି ଦୁଇ ଅଙ୍କ ବି ଡେଇଁ ପାରିଲା ନାହିଁ ।
୫ ଜଣ ସାଂସଦଙ୍କୁ ଏଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ବିଜେପି । ସେମାନଙ୍କ ମଧ୍ୟରୁ ତିନି ଜଣ ବାବୁଲ ସୁପ୍ରିୟୋ, ସ୍ୱପନ ଦାସଗୁପ୍ତା, ଲକେଟ୍ ଚାଟାର୍ଜୀ ପରାଜୟର ମୁହଁ ଦେଖିଛନ୍ତି । ଦୁଇ ଜଣ ବିଜୟୀ ହୋଇଛନ୍ତି ।
ବାବୁଲ ସୁପ୍ରିମୋ
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ବିଜେପି । ଟଲିଗଞ୍ଜରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅରୂପ ବିଶ୍ୱାସ ତାଙ୍କୁ ବିପଉଲ ଭୋଟରେ ହରାଇଛନ୍ତି । ୫୦ହଜାର ଭୋଟରେ ହାରିଛନ୍ତି ବାବୁଲ ସୁପ୍ରିୟୋ । ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଦୁଇ ଥର ସାଂସଦ ବାବୁଲ ସୁପ୍ରିୟୋଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ।
ସ୍ୱପନ୍ ଦାସଗୁପ୍ତା
ରାଜ୍ୟସଭା ସାଂସଦ ଥିଲେ ସ୍ୱପନ ଦାସଗୁପ୍ତା । ତାରକେଶ୍ୱର ବିଧାନସଭା ଆସନରୁ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ରାଜ୍ୟସଭା ପଦରୁ ସେ ଇସ୍ତଫା ଦେଇଥିଲେ । ଏବେ ହାରିଛନ୍ତି । ତୃଣମୂଳ କଂଗ୍ରେସର ରାମେନ୍ଦୁ ସିଦ୍ଧା ୭ହଜାର ୪୮୪ ଖଣ୍ଡ ଭୋଟ୍ ବ୍ୟବଧାନରେ ତାରକେଶ୍ୱରରୁ ବିଜୟୀ ହୋଇଛନ୍ତି ।
ଲକେଟ୍ ଚାଟାର୍ଜୀ
ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ତଥା ହୁଗୁଳି ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ବି ବିଧାନସଭା ନିର୍ବାଚନରେ ଫେଲ୍ ମାରିଛନ୍ତି । ତାଙ୍କୁ ଚୁରଚୁରା ଆସନରୁ ପ୍ରାର୍ଥୀ କରିଥିଲା ବିଜେପି । ଟିଏମସିର ଅସୀତ ମଜୁମଦାର ତାଙ୍କପ ୧୮ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
ନିସିଥ ପ୍ରାମାଣିକ
କୁଚବିହାର ଲୋକସଭା ସାଂସଦ ନିସିଥ ପ୍ରାମାଣିକ । ଦିନାହାଟା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ହାରୁ ହାରୁ ସେ ଜିତିଛନ୍ତି । ମାତ୍ର ୫୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଟିଏମସି ପ୍ରାର୍ଥୀ ଉଦୟନ ଗୁହାଙ୍କଠାରୁ ବିଜୟୀ ହୋଇଛନ୍ତି ନିସିଥ । ୨୦୧୯ରେ ବିଜେପିର ଯୋଗ ଦେବା ପରେ ସେ ସାଂସଦ ହୋଇଥିଲେ ।
ଜଗନ୍ନାଥ ସରକାର
ବିଜେପି ସାଂସଦ ଜଗନ୍ନାଥ ସରକାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ଶାନ୍ତିପୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ଟିଏମସିର ଅଜୟ ଦେବଙ୍କୁ ୧୫ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ଜଗନ୍ନାଥ ସରକାର ।
BREAKING NEWS
- ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ
- ଆଗାମୀ ୩ରୁ ୪ ଦିନ ହେବ ଝଡ ବର୍ଷା
- ‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’
- “ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ
- ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି
- ଟି୨୦ ବିଶ୍ୱକପ ପରେ ନୂତନ କୋଚ
- କୋର୍ଟରେ ହାଜର ହେଲେନି ଅନୁଭବ, ବ୍ୟକ୍ତିଗତ କାରଣ ଦର୍ଶାଇ ମାଗିଲେ ସମୟ
- ପିଟ୍ରୋଡାଙ୍କ ପରେ ମଣି ଶଙ୍କରଙ୍କ ବିବାଦୀୟ ବୟାନ: କହିଲେ ପାକ୍ ପାଖରେ ଅଛି ପରମାଣୁ ବୋମା, ଭାରତ ତାକୁ ସମ୍ମାନ ଦେଉ
- ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଲେ ଜିଆରଏସ
- ବିଚ୍ ରାସ୍ତାରେ ନିଶାସକ୍ତ ଯୁବତୀଙ୍କ ଯୋରଦାର ହଙ୍ଗାମା; ପୋଲିସ ଅଧିକାରୀଙ୍କ ଚୁଟି ଟାଣି କାମୁଡ଼ିଲେ