Latest Odisha News

BREAKING NEWS

ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ସରକାରଙ୍କ ଗୁରୁତ୍ୱ, ଶୁଣୁନାହାଁନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

ଖୋର୍ଦ୍ଧା: ରାଜ୍ୟରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛି । କେଉଁଦିନ ୧୨ଶହ ତ ଆଉ କେଉଁଦିନ ୧୧ ଶହ । ହଜାରେ ତଳକୁ ଦୈନିକ ସଂକ୍ରମଣ ମାମଲା ଖସୁନି । ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବାକୁ ସରକାର କହୁଛନ୍ତି । କିନ୍ତୁ, ଟେଷ୍ଟିଂ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦାୟିତ୍ୱହୀନତା ଅନେକ ରୋଗୀଙ୍କ ଜୀବନକୁ ବିପଦ ଭିତରକୁ ଟାଣି ନେଉଛି ।

Health Worker Denies To Covid Test In Tangi CHC Khordha

ଲୋକେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ୍ ଲଗାଇ ଥିଲେ ବି ଦରମା ମିଳିନଥିବାରୁ ଟେଷ୍ଟିଂ କରିବେନି ବୋଲି କହୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ଏଭଳି ଅଭିଯୋଗ ଆସିଛି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟେଷ୍ଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ । ଟାଙ୍ଗି ସିଏଚସିରେ ଥିବା କୋଭିଡ୍ ସେଣ୍ଟରରେ ଆଜି ପ୍ରାୟ ୫୦ରୁ ୬୦ ଲୋକ କରୋନା ଟେଷ୍ଟ ପାଇଁ ଅପେକ୍ଷା ରହିଥିଲେ । ହେଲେ ଟେଷ୍ଟିଂ ପାଇଁ ରାଜି ହୋଇନଥିଲେ କର୍ମଚାରୀ ।

ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପ୍ରାୟ ୧୦ଟା ୪୫ ପରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଥିଲା । ଗୋଟିଏ ପଟେ ସରକାର ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ଆସୁଛି ।

Health Worker Denies To Covid Test In Tangi CHC Khordha

ଜିଲ୍ଲାରେ ସଂକ୍ରମଣ ରାଜ୍ୟର ସବୁ ରେକର୍ଡକୁ ଭାଙ୍ଗୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ସରକାର ଚିକିତ୍ସା ପାଇଁ ବେଡ୍ ଅଭାବ, ଔଷଧ ଅଭାବ ନଥିବା କହୁଛି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କୋଭିଡ୍ ଟେଷ୍ଟ କରିବାକୁ ମନା କରୁଛନ୍ତି । ଯେଉଁଠି ଲୋକଙ୍କୁ ଠିକରେ ଟେଷ୍ଟ ପାଇଁ କର୍ମଚାରୀ ନାକ ଟେକୁଛନ୍ତି ସେଠି ଚିକିତ୍ସା କିଭଳି ହେଉଥିବ ?

Leave A Reply

Your email address will not be published.