Latest Odisha News

BREAKING NEWS

କେନ୍ଦୁପତ୍ର ଚାଷୀଙ୍କ ଅବ୍ୟାହତି ବୟସ ୬୨କୁ ବୃଦ୍ଧି, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ କେନ୍ଦୁପତ୍ର କର୍ମଚାରୀମାନଙ୍କ ଲାଗି ଖୁସିର ଖବର । କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୦ ବର୍ଷରୁ ୬୨ ବର୍ଷକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୨ ବର୍ଷକୁ ବୃଦ୍ଧି ହେବା ଫଳରେ ରାଜ୍ୟର ୧୯ଟି କେନ୍ଦୁପତ୍ର ଡ଼ିଭିଜନରେ କାମ କରୁଥିବା ୧୮,୦୨୮ ଜଣ ମୁନସୀ, ଚପରାଶୀ, ବନ୍ଧାଳୀ ଓ ଚେକର୍ ଆଦି କେନ୍ଦୁପତ୍ର କର୍ମଚାରୀମାନେ ଉପକୃତ ହୋଇପାରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

Leave A Reply

Your email address will not be published.