Latest Odisha News

BREAKING NEWS

ବଲାଙ୍ଗିର: ଓଲଟିଲା ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ ଟ୍ରକ୍

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଇଣ୍ଡା ନିକଟସ୍ଥ ଜାତୀୟ ରାଜପଥ-୫୫ ରାସ୍ତାରରେ ଗୁରୁବାର ଭୋର୍ ସମୟରେ ମାଟ୍ରିକ୍ ପ୍ରଶ୍ନପତ୍ର ଭରା ଏକ ଟ୍ରକ୍ ଦୁର୍ଘଟଣା ଗସ୍ତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ଟ୍ରକ୍ ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ କରି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା। କୌଣସି କାରଣବଶତଃ ଡ୍ରାଇଭର୍ ଗାଡିରଭାରସାମ୍ୟ ହରାଇବାରୁ ରାସ୍ତାରେ ଥିବା ସ୍ପିଡ୍ବ୍ରେକରରେ ଟ୍ରକ୍ ବାଜି ରାସ୍ତା କଡ଼କୁ ଅଣେଇ ପଡ଼ି ଯାଇଥିଲା।

ଅନ୍ୟପକ୍ଷରେ ଖବର ପାଇ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ସୁରକ୍ଷା ପ୍ରଦାନ କରିବା ସହ ଏକ କ୍ରେନ୍ ଯୋଗେ ଟ୍ରକକୁ ଉଠାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଗାଡିଟି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିବା ନେଇ ସୂତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଗଣ ଶିକ୍ଷା ବିଭାଗ ସଚିବ ପ୍ରଦୀପ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ବିଏସଇ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତ ସମ୍ପୂର୍ଣ୍ଣ ହୋଇଛି” ।

ଏହାବ୍ୟତିତ ପ୍ରଶ୍ନପତ୍ର ଗୁଡିକ ସନ୍ଧ୍ୟା ସୁଦ୍ଧା ନୋଡାଲ୍ ସେଣ୍ଟରରେ ପହଞ୍ଚିବ ଏବଂ କାଲି ସକାଳ ୮ଟା ୩୦ମିନିଟ୍ ମଧ୍ୟରେ ପରୀକ୍ଷା କେନ୍ଦ୍ର ଗୁଡିକୁ ପଠାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.