ନୂଆଦିଲ୍ଲୀ: ଦେଶରେ କରୋନାରେ ସେକେଣ୍ଡ ଓ୍ୱେଭରେ ସଂକ୍ରମଣରେ ବ୍ରେକ ଲାଗୁନି । ମୃତ୍ୟୁର ବିଭୀଷିକା ରଚୁଛି ମହମାରୀ । ଦୈନିକ ସଂକ୍ରମଣ ପୁଣି ଥରେ ୪ ଲକ୍ଷ ପାର କରିଥିବା ବେଳେ ପ୍ରଥମ ଥର ମୃତ୍ୟୁସଂଖ୍ୟା ପାଖାପାଖି ୪ ହଜାର ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୧୨ ହଜାର ୨୬୨ କରୋନା ଆକ୍ରାନ୍ତ । ଯାହାକି ମହାମାରୀ ପରଠୁ କୌଣସି ଦେଶରେ ଦିନକରେ ସର୍ବାଧିକ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୧୦ଲକ୍ଷ ୭୭ହଜାର ୪୧୦କୁ ବୃଦ୍ଧି ପାଇଛି ।
ଦ୍ୱିତୀୟ ଥର ଦୈନିକ ସଂକ୍ରମଣ ୪ ଲକ୍ଷ ପାର
ଦ୍ୱିତୀୟ ଥର ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ପାର କରିଛି । ପୂର୍ବରୁ ଗତ ଏପ୍ରିଲ ୩୦ ତାରିଖରେ ବାହାରିଥିଲେ ୪ଲକ୍ଷ ୨ହଜାର ୩୫୧ ପଜିଟିଭ୍ । ସେଦିନ ଦେଶରେ ୧୯ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଥିଲା । ତାପରେ ଦୈନିକ ଟେଷ୍ଟ ହ୍ରାସ ପାଇଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସାମାନ୍ୟ ଖସିଛି । କିନ୍ତୁ କର୍ଣ୍ଣାଟକରେ ଏହି ସଂଖ୍ୟା ୫୦ହଜାର ପାର କରିଛି । ସେହିପରି କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ୧୨ଟି ରାଜ୍ୟରେ ଦୈନିକ ସଂକ୍ରମଣରେ ବୃଦ୍ଧି ହେଉଛି ।
୪ ହଜାର ମୁହାଁ ଦୈନିକ ମୃତ୍ୟୁସଂଖ୍ୟା
ସଂକ୍ରମଣ ସହ କରୋନା ଅଧିକ ଜୀବନ ନେଉଛି । ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ୩ହଜାର ୯୮୦ ସଂକ୍ରମିତଙ୍କ ଜୀବନ । ୬ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା ଓ ତାମିଲନାଡୁରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ୨ଲକ୍ଷ ୩୦ହଜାର ୧୬୮ ଜୀବନ ନେଲାଣି । ଏବେ ଦେଶରେ ୩୫ଲକ୍ଷ ୬୬ହଜାର ୩୯୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.