Latest Odisha News

ପାକିସ୍ତାନକୁ ବଡ଼ ଝଟକା: ଭାରତରୁ ପ୍ରବାହିତ ପାଣି ବନ୍ଦ କରାଯିବ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁଲୱାମାଠାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ଘଟଣା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଏକ ବିରାଟ ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

କେନ୍ଦ୍ର କ୍ୟାବିନେଟରେ ଜଳ ସମ୍ପଦ ପରି ଅତିରିକ୍ତ ଦାୟିତ୍ୱ ନେଇଥିବା ଥିବା ମନ୍ତ୍ରୀ ନିିତିନ ଗଡ଼କରୀ ପାକିସ୍ତାନ ବିରୋଧରେ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଟ୍ୱିଟ୍ଟ୍ ମାଧ୍ୟମରେ ଘୋଷଣା କରିଛନ୍ତି ।

ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳକୁ ରୋକିବା ସକାଶେ ସିନ୍ଧୁ ଜଳ ରାଜିନାମା ବାଧା ଦେଇପାରେ । କାରଣ ଭାରତର ଅଧିକାର କ୍ଷେତ୍ରରେ ଥିବା ତିନି ନଦୀ ଯଥା ସତଲେଜ, ରାବି ଓ ବ୍ୟାସ ନଦୀର ଜଳକୁ ‘ସିନ୍ଧୁ ଜଳ ରାଜିନାମା’ ଆଧାରରେ ରୋକା ଯାଇ ନ’ପାରେ । ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଏହି ରାଜିନାମା ପ୍ରଭାବିତ କରିଥିଲା । ଏନେଇ ଭାରତୀୟ ଷ୍ଟ୍ରାଟେଜିକ୍ ଆଫୟାର୍ସ ବିଶେଷଜ୍ଞ ସୁଶାନ୍ତ ସରିନ୍ କହିଛନ୍ତି, କେବଳ ସିନ୍ଧୁ ଜଳ ରାଜିନାମା ବାଧା ସୃଷ୍ଟି କରିପାରେ, କିନ୍ତୁ ପ୍ରାଥମିକ ସୂତ୍ରରୁ ଯାହା ଜଣାପଡୁଛି, କେନ୍ଦ୍ର ସରକାର ଏହି ନିଷ୍ପତ୍ତିରେ ଦୃଢ ରହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ତାଙ୍କ ଟ୍ୱିଟ୍ଟ୍ ମାଧ୍ୟମରେ ବିଶଦ ଭାବେ ଏହି ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେଲେ କିପରି ଜମ୍ମୁ ଓ କାଶ୍ମୀର ସମେତ ଅନ୍ୟ ଭାରତୀୟ ରାଜ୍ୟମାନେ କିପରି ଉପକୃତ ହୋଇପାରିବେ ତାହା ଉଲ୍ଲେଖ କରିଛନ୍ତି ।

ତେବେ ସରକାରଙ୍କ ସମ୍ପୂର୍ଣ୍ଣ ଆଭିମୁଖ୍ୟ ଏଯାଏଁ ପତୀକ୍ଷାରେ ରହିଛି ।

Leave A Reply

Your email address will not be published.