Latest Odisha News

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ, ଯୋଗୀଙ୍କୁ ଲେଖିଲେ ଚିଠି

ଉତ୍ତରପ୍ରଦେଶ : କରୋନା ମହାମାରୀ ମଧ୍ୟରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି ବୋଲି କହି ଆସୁଥିବା ଯୋଗୀ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ବିଜେପି ନେତା ଓ ସରକାରୀ ସିଷ୍ଟମର ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖାଯାଇଥିବା ଚିଠି ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଚିଠିରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଲେଖିଛନ୍ତି ଯେ, କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବ୍ୟବସ୍ଥା ହେଉଛି । ଏପରିକି ଅଧିକାରୀମାନେ ଫୋନ୍ ଉଠାଉ ନାହାନ୍ତି । ସଂକ୍ରମିତଙ୍କୁ ରେଫର କଲା ପରେ ବି ସରକାରୀ ମେଡିକାଲ କର୍ତ୍ତୃପକ୍ଷ ପୁଣି ଥ​‌ରେ ରେଫର ସାର୍ଟିଫିକେଟ ଆଣିବାକୁ କୁହାଯାଉଛି । ଯେଉଁଥିରୁ ଜଣାପଡୁଛି ଯେ, ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ବିଗିଡିବାରେ ଲାଗିଛି ।

ସେହିପରି ମେଡିକାଲ ଉପକରଣ ଦାମ ଦେଢ଼ ଗୁଣା ବୃଦ୍ଧି ପାଇଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ସରକାର ଏହାର ଦର ହ୍ରାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି । ବରେଲିରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବଡ଼ ବଡ଼ ଅଧିକାରୀ ଫୋନ୍‌ ଉଠାଉନାହାନ୍ତି । ଯେଉଁଥିପାଇଁ ରୋଗୀଙ୍କୁ ଅସୁବିଧା ହେଉଛି ବୋଲି ଚିଠିରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସହରର କିଛି ଲୋକେ ଅକ୍ସିଜେନ୍‌ ସିଲିଣ୍ଡର ରଖିବା ସହ ଚଢ଼ା ଦାମରେ ବିକ୍ରି କରୁଛନ୍ତି । ତେଣୁ ଲୋକଙ୍କୁ କମ୍‌ ଦାମରେ ଅକ୍ସିଜେନ୍‌ ଯେପରି ମିଳିବ, ଯୋଗୀ ସରକାର ତାଉପରେ ଧ୍ୟାନ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Comments are closed.