କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା କମିବା ନାଁ ନ ଧରୁଥିବାରୁ ରାଜ୍ୟପାଳ ଜଗଦୀପ ଧନଖର ଡିଜିପି, ପୋଲିସ କମିଶନର ଓ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ସୋମବାର ପର୍ଯ୍ୟନ୍ତ ରିପୋର୍ଟ ନ ମିଳିବାରୁ ସେ କ୍ଷୋଭ ପ୍ରକଟ କରିଛନ୍ତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ବିଧାନ ଅନୁସାରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯଦି ସାମ୍ବିଧାନିକ ମୁଖ୍ୟଙ୍କ ଅବସ୍ଥା ଏ ଭଳି ତାହାହେଲେ ରାଜ୍ୟରେ କିଭଳି ଗଣତନ୍ତ୍ର ରହିଥିବ ତାହା ଅନୁମେୟ ।
ହିଂସା ଘଟିଥିବା ସ୍ଥାନକୁ ରାଜ୍ୟପାଳ ନିଜେ ଯିବା ପାଇଁ କହିଥିଲେ ମଧ୍ୟ ତାଙ୍କ ପାଇଁ ହେଲିକପ୍ଟର ଉପଲବ୍ଧ କରାଯାଇ ନ ଥିଲା । ରାତିରେ ହିଂସା ଘଟୁଛି ଓ ଦିନରେ ସବୁ କିଛି ଠିକ ହୋଇଯାଉଛି । ମୁଁ ଏବେ ବି ସେମାନଙ୍କୁ ସମସ୍ତ ରିପୋର୍ଟ ପଠାଇବାକୁ ଅନୁରୋଧ କରୁଛି ବୋଲି ରାଜ୍ୟପାଳ କହିଛନ୍ତି ।
Comments are closed.