Latest Odisha News

BREAKING NEWS

ବ୍ରହ୍ମପୁର ମଣ୍ଡଳ କାରାଗାରରେ ପଶିଲା କରୋନା, ୪୮ ଅନ୍ତେବାସୀ ପଜିଟିଭ୍

ବ୍ରହ୍ମପୁର: ଜେଲରେ କରୋନା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ୮୪ କଏଦୀଙ୍କ RT-PCR ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ମଣ୍ଡଳ କାରାଗାରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ହୋଇଛି । ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ଅଧ୍ୟକ୍ଷ ଗରୀବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଆଜି ୩୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୮୨୬କୁ ବୃଦ୍ଧି ପାଇଛି । ୨୫ ହଜାର ୪୯୭ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ୨୬୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଜିଲ୍ଲାରେ ୨୦୫୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.