କେରଳ: ଇସ୍ରାଏଲର ଆସ୍କେଲନ୍ ସହରରେ ହୋଇଥିବା ରକେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା କେରଳର ୩୦ ବର୍ଷୀୟ ସୋମ୍ୟା ସନ୍ତୋଷଙ୍କ ମୃତଦେହ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ଇସ୍ରାଏଲର ଡେପୁଟି ରାଷ୍ଟ୍ରଦୂତ ରୋନି ୟେଦିଦିଆ କ୍ଲିନ୍ ମୃତ ସୋମ୍ୟା ସନ୍ତୋଷଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
“ ମୁଁ ଶ୍ରୀମତୀ ସୋମ୍ୟାଙ୍କ ପରିବାର ପ୍ରତି ସମ୍ମାନ ଏବଂ ସହାନୁଭୂତି ଜଣାଉଛି ବୋଲି ଶନିବାର ମୁରଲୀଧରନ୍ ଟ୍ୱିଟ୍ କରି କହିଛନ୍ତି।
Comments are closed.