Latest Odisha News

BREAKING NEWS

ଆସନ୍ତା ମାସରେ ଆମାଜନ ପ୍ରାଇମ୍‌ରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ଶେର୍‌ନୀ’

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶେର୍‌ନୀ’। ଏ ନେଇ  OTT ପ୍ଲାଟଫର୍ମ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫିଲ୍ମ ଜୁନ୍‌ରେ ରିଲିଜ କରିବ।

ଫିଲ୍ମ ଶେର୍‌ନିର ନିର୍ଦ୍ଦେଶକ ହେଉଛନ୍ତି ଅମିତ ମାସୁକର। ଏଥିରେ ବିଦ୍ୟା ବାଲାନ ଜଣେ ସଚ୍ଚୋଟ ବନ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଆମାଜନ ପ୍ରାଇମ ସୋସିଆଲ ମିଡିଆରେ ଶେର୍‌ନିର ପ୍ରଥମ ପୋଷ୍ଟର ସେୟାର କରିଛି। ପୋଷ୍ଟରରେ ବିଦ୍ୟା ବାଲାନ ବନ ବିଭାଗ ଅଧିକାରୀଙ୍କ ୟୁନିଫର୍ମରେ ଏକ ୱାକି ଟକି ଧରିଥିବାର ନଜର ଆସିଛନ୍ତି।

Comments are closed.