Latest Odisha News

ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୬୪ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବରେଣ୍ଟାଇନ୍‌ରୁ ଥିବା ବେଳେ, ଲୋକାଲ୍‌ କେସ୍‌ ରହିଛି ୭୩୦ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଓଲ୍ଡ ଟାଉନରୁ ୩୫ ଜଣ ଥିବା ବେଳେ, ଖଣ୍ଡଗିରିରୁ ୩୧, ଚନ୍ଦ୍ରଶେଖରପୁରରୁ ୨୧, ନୟାପଲ୍ଲୀରୁ ୨୭, ନୀଳାଦ୍ରିବିହାରରୁ ୧୬, ଲକ୍ଷ୍ମୀସାଗରରୁ ୧୫, ବରମୁଣ୍ଡାରୁ ୧୬, ମଞ୍ଚେଶ୍ବରରୁ ୧୪, ଡୁମୁଡୁମାରୁ ୧୯, ପଟିଆରୁ ୨୩, ରସୁଲଗଡ଼ରୁ ୨୧, ସହିଦନଗରରରୁ ୧୨, ଶୈଳଶ୍ରୀବିହାରରୁ ୧୪, ପଳାଶୁଣିରୁ ୧୨, ୟୁନିଟ-୩ରୁ ୧୧, ପାତ୍ରପଡ଼ାରୁ ୧୧, ପୋଖରୀପୁଟରୁ ୧୦, ବିଜେବି ନଗରରୁ ୧୦, ବଡ଼ଗଡ଼ରୁ ୧୨ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସହିଦନଗରରୁ ୮, ଖଣ୍ଡଗିରିରୁ ୬, ପାତ୍ରପଡ଼ାରୁ ୮, ସୁନ୍ଦରଗଡ଼ରୁ ୯, ନୀଳାଦ୍ରିବିହାରରୁ ୫, ନୟାପଲ୍ଲୀରୁ ୭ ଜଣ ଅଛନ୍ତି । ଏଥିସହ ବାକି ଅଞ୍ଚଳରୁ ମଧ୍ୟ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଚିହ୍ନଟ ହେଲେଣି ୬୨ ହଜାର ୪୯୮ ଜଣ । ଏମାନଙ୍କ ମଧ୍ୟରୁ ୫୦ ହଜାର ୧୬୦ ଜଣ ସୁସ୍ଥ ହୋଇଥିବା ବେଳେ, ୨୯୬ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୧୨ ହଜାର ୨୧ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.