Latest Odisha News

BREAKING NEWS

ଦୁଇ ନାଗଙ୍କ ଭିତରେ ଭୟଙ୍କର ଲଢେଇ, ପରିଣାମ କ’ଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ୨ଟି ନାଗ ସାପ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିବା ନଜର ଆସିଛି। ଏପରିକି ଜଣେ ଆଉ ଜଣଙ୍କୁ କାମୁଡି ପକାଉଥିଲା ବେଳେ କେହି କାହାକୁ ଛାଡିବାର ନାହିଁ।

ଏହି ଘଟଣାଟି ଦେଖିବାକୁ ମିଳିଥିଲା ସୁନାବେଡା ରେ ରହୁଥିବା ଜଣେ ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ। ସୂଚନା ଅନୁଯାୟୀ ଗ୍ୟାରେଜ ଭିତରେ ଏକ ସାପ ଦେଖି ଅନସୂୟା ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ।

ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବା ସହ ଏକ ସିମେଣ୍ଟ ଅଖା ପଛପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଲେ । ୨ ଫୁଟ ଲମ୍ବର ସେହି ନାଗ ସାପଟି ମଝିରେ ମଝିରେ ଗୋଲ ଗୋଲ ହୋଇ ନିଜ ଦେହକୁ ଗଡଉ ଥିଲା ।

ପରେ ସେ ୨ ଫୁଟ ଲମ୍ବର ସାପଟିର ଲାଞ୍ଜକୁ ସ୍ନେକ ହୁକ ସାହାଯ୍ୟରେ ଟେକି ହାତରେ ଭିଡ଼ିବାକୁ ଚେଷ୍ଟା କରନ୍ତେ ଆଉ ଏକ ବଡ଼ ନାଗ ସାପ ଏଇ ୨ ଫୁଟିଆ ସାପର ମୁଣ୍ଡକୁ ପ୍ରାୟ ଗିଳି ଦେଇଥିବା ନଜର ଆସିଥିଲା।

ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉ ନଥିଲା । ସୁଜିତ ଧୀରେ ଧୀରେ ଛୋଟ ନାଗଟିକୁ ଭିଡି ବାହାର କି ଆଣିବା ବେଳେ ବଡ଼ ନାଗଟି ସେଇଭଳି ଛୋଟ ନାଗ ସାପ ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଲା ।

ତେବେ ପରବର୍ତ୍ତୀ ସମୟରେ ସମାନ ପ୍ରଜାତିର ସାପ ହୋଇଥିବା ହେତୁ ପରସ୍ପର ଉପରେ ବିଷ କାମ କରେ କି ନାହିଁ? ଏଭଳି ‌ଏକ ପ୍ରଶ୍ନର ଉତ୍ତର ପାଇବା ପାଇଁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ସାପକୁ ଅବଜରଭେସନରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନେ ସୁସ୍ଥ ଥିବା ଦେଖି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.