Latest Odisha News

BREAKING NEWS

ଦେଶରେ ଦୈନିକ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହେଲେ ଅଧିକ, କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଚାରି ହଜାର ତଳକୁ ଖସୁନି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ମହାମାରୀରେ ଆଉ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିତୀୟ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । ଗତ ୨୪ ଘଣ୍ଟାରେ ୧୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି ।

ଦୈନିକ ସଂକ୍ରମିତଙ୍କ ଅପେକ୍ଷା ଦେଶରେ ସୁସ୍ଥ ସଂଖ୍ୟା ଅଧିକ । ଆକ୍ରାନ୍ତଙ୍କ ଅପେକ୍ଷା ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪ଲକ୍ଷ ୨୨ହଜାର ୪୩୬ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ସୁସ୍ଥଙ୍କ ସଂଖ୍ୟା ୨କୋଟି ୧୫ଲକ୍ଷ ୯୬ହଜାରକୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨କୋଟି ୫୨ଲକ୍ଷ ୨୮ହଜାର ୯୯୬ ।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୭୮ହଜାର ୭୧୯ । ମହାରାଷ୍ଟ୍ରରେ ଦିନକରେ ହଜାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକରେ ୪୭୬, ତାମିଲନାଡୁରେ ୩୩୫, ଦିଲ୍ଲୀରେ ୩୪୦, ଉତ୍ତରପ୍ରଦେଶରେ ଆଉ ୨୭୧ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.