Latest Odisha News

ବାତ୍ୟା ତାଉ’ତେ; ଜଳମଗ୍ନ ବିଗ୍‌ ବିଙ୍କ କାର୍ଯ୍ୟାଳୟ ‘ଜନକ’

ମୁମ୍ବାଇ: ବାତ୍ୟା ତାଉ’ତେ ଦେଶର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଶେଷ କରି କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି।

ସୋମବାର ରାତିରେ ବାତ୍ୟା ତାଉ’ତେ ପ୍ରଭାବରେ ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ଜନକ ଜଳମଗ୍ନ ହୋଇଥିଲା। ଅଭିନେତା ଏ ନେଇ ତାଙ୍କ ବ୍ଲଗରେ ପ୍ରଶଂସକମାନଙ୍କୁ ଜଣାଇଥିଲେ ଏବଂ ଲେଖିଥିଲେ ଯେ କର୍ମଚାରୀମାନେ ଜରୁରୀକାଳୀନ ସମୟରେ ଏକାଠି କାମ କରିଥିଲେ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ବର୍ଷା ହେତୁ କର୍ମଚାରୀଙ୍କ ୟୁନିଫର୍ମ ଓଦା ଥିବାରୁ ସେ ସେମାନଙ୍କୁ ନିଜ ଆଲମାରୀରୁ ପୋଷାକ ମଧ୍ୟ ଯୋଗାଇ ଦେଇଥିଲେ।

Comments are closed.