ମୁମ୍ବାଇ: ଦେଶର ଅନ୍ୟତମ ବୃହତ୍ତମ ଚଳଚ୍ଚିତ୍ର ଷ୍ଟୁଡିଓ ମଧ୍ୟରୁ ୟଶ ରାଜ ଫିଲ୍ମସର ନିର୍ଦ୍ଦେଶକ-ନିର୍ମାତା ତଥା ମୁଖ୍ୟ ଆଦିତ୍ୟ ଚୋପ୍ରା ଆଜି ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ପତିଙ୍କ ଜନ୍ମଦିନ ଅବସରରେ ପତ୍ନୀ ତଥା ଅଭିନେତ୍ରୀ ରାନୀ ମୁର୍ଖାଜୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ଏକ ସାକ୍ଷାତକାରରେ ରାନୀ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିବା ପରେ ସେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ଏବଂ ଏହା ତାଙ୍କୁ ଭଲ ଚରିତ୍ର ବାଛିବା ଏବଂ ଦର୍ଶକଙ୍କୁ ପ୍ରଭାବିତ କରୁଥିବା ଚଳଚ୍ଚିତ୍ରର ଏକ ଅଂଶ ହେବାରେ ସାହାଯ୍ୟ କରିଛି।
ସେ କହିଛନ୍ତି, “ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କୁ ବିବାହ କରିବା ମୋତେ ବଦଳାଇ ଦେଇଛି, ସେ ପ୍ରତ୍ୟେକ ଶୁକ୍ରବାର ଦିନ ପ୍ରତ୍ୟେକ ଫିଲ୍ମ ଦେଖନ୍ତି, ତେଣୁ ମୁଁ ମଧ୍ୟ ତାଙ୍କ ସହିତ ପ୍ରତ୍ୟେକ ଶୁକ୍ରବାର ଦିନ ପ୍ରତ୍ୟେକ ଫିଲ୍ମ ଦେଖେ।”