ତେଲ ଅଭିଭ: ୧୨ ଦିନ ପରେ ଇସ୍ରାଏଲ ଏବଂ ହମାସ ସିଜଫାୟାର ପାଇଁ ରାଜି ହୋଇଛନ୍ତି । ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା ଚାପ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ ।
ଆମ ଉପରେ ଆକ୍ରମଣ ହେବାରୁ ଦେଶକୁ ବଂଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିଲା ବୋଲି ନେତ୍ୟାନେହୁ କହିଛନ୍ତି । ଅପରପକ୍ଷରେ ହମାସରେ ବାଜା ବଜାଇ ଏବଂ ବାଣ ଫୁଟାଇ ଏକ ପ୍ରକାର ବିଜୟ ଉଲ୍ଲାସ ଶୈଳୀରେ ସିଜଫାୟରକୁ ସ୍ୱାଗତ କରାଯାଇଛି ।
Comments are closed.