Latest Odisha News

AIIMS ଡାକ୍ତରଙ୍କ ଦାବି, ବ୍ଲାକ୍ ଫଙ୍ଗସ୍ ପାଇଁ ଦାୟୀ ଇଣ୍ଡଷ୍ଟ୍ରିଆଲ୍ ଅମ୍ଲଜାନ୍

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଦେଶରେ ଆଉ ଏକ ନୂଆ ବିପଦ ବ୍ଲାକ୍ ଫଙ୍ଗସ ବାଇ ମ୍ୟୁକରମାଇକୋସିସ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ନୋଟିଫାଏଡ୍ ଡିଜିଜି ଅନ୍ତର୍ଭୁକ୍ତ କରିଛନ୍ତି । ତେବେ କାହିଁକି ବ୍ୟାପୁଛି ବ୍ଲାକ୍ ଫଙ୍ଗସ୍ । ଏହା ପଛରେ ଷ୍ଟେରଏଡର ବ୍ୟବହାର ବୋଲି କୁହାଯାଉଛି ।

AIIMS Doctor Uma Kumar Raising Question Reasons For Black Fungus

ତେବେ ଦିଲ୍ଲୀ ଏମ୍ସର ଡାକ୍ତର ପ୍ରଫେସର ଉମା କୁମାର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଦାବି ବ୍ଲାକ୍ ଫଙ୍ଗସ୍ ପଛରେ ଆଉ ଅନ୍ୟ କିଛି କାରଣ ରହିଛି । ପ୍ରଫେସର ଉମା କୁମାର କହିଛନ୍ତି, କରୋନା ଆକ୍ରାନ୍ତଙ୍କୁ ମେଡିକାଲ ଅକ୍ସିଜେନ୍ ବଦଳରେ ଇଣ୍ଡଷ୍ଟ୍ରିଆଲ୍ ଅକ୍ସିଜେନ୍ ଦେବା ଯୋଗୁଁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ବଢ଼ୁଛି ।

ଏଥିସହ ସେ କହିଛନ୍ତି, ହ୍ୟମୁଡିଫାୟରରେ ଷ୍ଟେରାୟଲ ୱାଟର ବଦଳରେ ଦୂଷିତ ପାଣିର ବ୍ୟବହାର କରାଯାଉଛି । ଏହା ବ୍ୟତୀତ ସଫା କରାନଯାଇ ଖରାପ ମାସ୍କର ବ୍ୟବହାର କରାଯାଉଛି । ଏଥିସହ ଷ୍ଟେରଏଡର ଅପବ୍ୟବାହର ବ୍ଲାକ୍ ଫଙ୍ଗସ୍ ହେବା ପଛର ମୁଖ୍ୟ କାରଣ ।

Leave A Reply

Your email address will not be published.