ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିଲା। ହେଲେ ଏବେ ପର୍ୟ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ ଏବଂ ପକ୍ଷୀମାନଙ୍କୁ ଘରେ ବସି ଆରାମରେ ଦେଖିପାରିବେ।
ଲକଡାଉନ ଯୋଗୁଁ ଓଡିଶା ବାସୀ ଘର ଭିତରେ ଏକପ୍ରକାର ବାନ୍ଧି ହୋଇ ରହୁଥିବା ବେଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। କର୍ତ୍ତୃପକ୍ଷ ପ୍ରାଣୀ ଏବଂ ପକ୍ଷୀମାନଙ୍କର କିଛି ଭିଡିଓ ଫୁଟେଜକୁ ସୋସିଆଲ ମିଡିଆ ସହ ପ୍ରାଣୀ ଉଦ୍ୟାନର ୱେବସାଇଟରେ ଅପଲୋଡ୍ କରିଛନ୍ତି।
ଅପଲୋଡ୍ ହୋଇଥିବା ଭିଡିଓ ଗୁଡ଼ିକରେ ଭାଲୁ ପାଣିରେ ଖେଳିବା ଏବଂ ଲଢେଇ କରିବା, ବାଘ ଛୁଆ, ହରିଣ, କୁମ୍ଭୀର ଏବଂ ରଙ୍ଗୀନ ପକ୍ଷୀ ଦେଖିବାକୁ ମିଳିଥିଲା।
Comments are closed.