Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା “ୟସ” ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଭଦ୍ରକ: ଆସନ୍ନ ବାତ୍ୟା ୟସକୁ ନେଇ ଜାଗତିଆର ଓଡିଶା ରାଜ୍ୟ । ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ବାତ୍ୟା ମୁକିବାଲି ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଧାରାରେ ସାମିଲ ହୋଇ ଭଦ୍ରକ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ସୂଚନା ରହିଛି ।

ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ ଚାନ୍ଦବାଲି ଓ ବାସୁଦେବପୁରର ସ୍ଥିତି ପରଖିଛନ୍ତି ଭଦ୍ରକ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀଙ୍କର ସହ ଆଲୋଚନା ପରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ସୁବ୍ୟବସ୍ଥିତ କରାଯାଉଛି । ବାତ୍ୟା ମୁକବିଲା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିବା ପାଇଁ ନିର୍ଦ୍ଦେଶ ରହିଛି । ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଦମକଳ ବାହିନୀ ନିଜ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ସହ ଗାଡିର ଯାଂଚ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲାରେ ଥିବା ଅଗ୍ନିଶମ ବିଭାଗର ୯ଟି କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.