Latest Odisha News

୮ବର୍ଷର ଓଡ଼ିଆ ଶିଶୁକନ୍ୟା ଦୁଷ୍କର୍ମର ଶୀକାର: ସୁରଟ ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ସୁରଟ/ବ୍ରହ୍ମପୁର : କାମାନ୍ଧଙ୍କ ଜାଲରୁ ଏବେବି ମୁକ୍ତ ନୁହଁନ୍ତି କୁନି କୁନି ଶିଶୁକନ୍ୟା । ମାନବିକତାର ଶେଷ ସୀମା ଲଂଘନ କରିଚାଲିଛନ୍ତି କିଛି ଉଦଭ୍ରାନ୍ତ ଲଂପଟଗଣ । କୋମଳମତି ଶିଶୁକନ୍ୟା ଦୁନିଆକୁ ଜାଣିବା ପୂର୍ବରୁ ଶୀକାର ହେଉଛନ୍ତି ଅସଦାଚରଣ ଓ ଦୁଷ୍କର୍ମ ପରି ଜଘନ୍ୟ ଅପରାଧର କବଳରେ ।

ଘଟଣାଟି ଘଟିଛି ଗୁଜରାଟର ସୁରଟ ସହରରେ ଥିବା ଅଧିକ ଓଡ଼ିଆଭାଷୀ ରହୁଥିବା ଖଟୋଦରା ଥାନା ଅଞ୍ଚଳରେ । ଜଣେ ୮ ବର୍ଷର ନାବାଳିକା ଦୁଷ୍କର୍ମର ଶୀକାର ହେବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଜଣେ ଓଡ଼ିଆ ପରିବାରର ପଡ଼ୋଶୀ ଯୁବକ ଜଣକ ୮ବର୍ଷର ଶିଶୁକନ୍ୟାକୁ ଏକୁଟିଆ ଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଛି । ତେବେ ଦୁଷ୍କର୍ମ କରିଥିବା ଯୁବକ ଜଣକ ମଧ୍ୟ ଓଡ଼ିଶାର ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କର ଘର ହେଉଛି ଓଡ଼ିଶା ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳର ଅଶୋକ ବେହେରା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତକୁ ସୁରଟ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.