କେନ୍ଦୁଝର: ବାତ୍ୟା ୟସ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବୈତରଣୀ । ନଦୀର ଜଳସ୍ତର ସତର୍କ ସଙ୍କେତ ପାର କରିଛି । ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ । ଫଳରେ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
କିଛି ସ୍ଥାନରେ ରାସ୍ତା ଉପରେ ନଦୀର ପାଣି ପ୍ରବାହିତ ହେଉଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ବୈତରଣୀ ପୋଲ ଉପରେ ୩ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
Comments are closed.