Latest Odisha News

ଆରମ୍ଭ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା, ଓଡିଶାରୁ ୧୬ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶନିବାର ଦିନ ସାରା ଦେଶରେ ଆରମ୍ଭ ହୋଇଛି।

୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଲକ୍ଷ ୪୮ ହଜାର ୪୯୮ ଜଣ ଛାତ୍ର ଓ ୫ଲକ୍ଷ ୩୮ ହଜାର ୮୬୧ ଜଣ ଛାତ୍ରୀ ପରୀକ୍ଷା ଦେଉଛନ୍ତି । ଦେଶର ପ୍ରାୟ ୪ ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି।

ଓଡିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ମୋଟ ୩୦୬ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ଏପ୍ରିଲ୍ ୩ ତାରିଖରେ ସମାପ୍ତ ହେବ ।

ଏହି ପରୀକ୍ଷା ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି । ପରୀକ୍ଷାର୍ଥୀମାନଙ୍କୁ ସକାଳ ୧୦ଟା ୧୫ମିନିଟରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ଯାହାଫଳରେ ସେମାନେ ପ୍ରଶ୍ନପତ୍ର ପଢିବା ପାଇଁ ଅଧିକ ୧୫ମି. ମିଳିଥିଲା ।

ସିବିଏସଇର ଧନ୍ଦାମୂଳକ ପରୀକ୍ଷା ଫେବୃଆରି ୧୫ ତାରିଖରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିପରି ଫେବୃଆରି ୨୧ତାରିଖରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି, ଯାହା ମାର୍ଚ୍ଚ ୨ ତାରିଖରେ ସମାପ୍ତ ହେବାକୁ ଯାଉଛି।

Leave A Reply

Your email address will not be published.