Latest Odisha News

BREAKING NEWS

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ ଗଣିତ ପ୍ରଶ୍ନପତ୍ର

ଭୁବନେଶ୍ୱର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ଓ ପରେ ଇଂରାଜୀ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଶନିବାର ଦିନ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଗଣିତ ପ୍ରଶ୍ନପତ୍ର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୩୦ମିନିଟ୍ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବଲାଙ୍ଗିର କଳାହାଣ୍ଡି ଜିଲ୍ଲାରେ ଗଣିତ ବିଷୟର ସେଟ୍-ଡିର ଦୀର୍ଘଉତ୍ତରମୂଳକ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଥିଲା ।

ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣା ସତ । କେଉଁ ଜାଗାରେ ଏଭଳି ଘଟଣା ହୋଇଛି, ସେନେଇ ଯାଞ୍ଚ ଚାଲିଛି । ଆହୁରି ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ।

Leave A Reply

Your email address will not be published.