Latest Odisha News

BREAKING NEWS

କରୋନା ସେକେଣ୍ଡ ଓ୍ୱେଭରେ ଓଡ଼ିଶାରୁ ୨୨ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଛି । ଏହି ସମୟରେ ଅଧିକ ଡାକ୍ତର ବି ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଓଡ଼ିଶାରୁ ୨୨ ଜଣ ଡାକ୍ତର ଅଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଓଗଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦିଲ୍ଲୀରୁ ସର୍ବାଧିକ ୧୦୭ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ବିହାରରେ ୯୬ ଓ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ରହିଛି ୬୭ । ଦିଲ୍ଲୀର ୨୫ବର୍ଷୀୟ ଡାକ୍ତର ଆନନ୍ଦ ମିଜାହିଦ ହେଉଛନ୍ତି କରୋନାରେ ମୃତ୍ୟୁବରଣ କରିଥିବା ସର୍ବକନିଷ୍ଠ ଡାକ୍ତର ।

କରୋନା ପରଠୁ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩ଶହ କାର୍ୟ୍ୟରତ ଡାକ୍ତର ପ୍ରାଣ ହରାଇଥିବା କହିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିସଏସନ୍ । ପ୍ରଥମ ଲହରରେ କରୋନା ନେଇଥିଲା ୭୪୭ ଡାକ୍ତରଙ୍କ ଜୀବନ । ସେତେବେଳେ ତାମିଲନାଡୁରେ ସର୍ବାଧିକ ୯୧, ମହାରାଷ୍ଟ୍ରରେ ୮୧, ପଶ୍ଚିମବଙ୍ଗରେ ପ୍ରାଣ ହରାଇଥିଲେ ୭୧ ଡାକ୍ତର ।

ସେହିପରି ପ୍ରଥମ ଲହରରେ ଆନ୍ଧ୍ରପ୍ରଦେଶରୁ ୭୦, କର୍ଣ୍ଣାଟକରେ ୬୮, ଉତ୍ତରପ୍ରଦେଶରେ ୬୫, ଗୁଜରାଟରେ ୬୨ ଜଣ ମୃତ୍ୟୁବରଣ କରିଥିଲେ । ସେତେବେଳେ ଓଡ଼ିଶାରେ ୧୪ ଜଣ କାର୍ୟ୍ୟରତ ଡାକ୍ତର ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.