Latest Odisha News

BREAKING NEWS

ସଲମାନଙ୍କୁ କେଆରକେ ଡରପୋକ ଗୁଣ୍ଡା କହିଲେ

ମୁମ୍ବାଇ: ସଲମାନ ଖାଁ ଏବଂ ସ୍ୱୟଂଘୋଷିତ କ୍ରିଟିକ କମାଲ ରଶିଦ ଖାଁ(କେଆରକେ) ବିବାଦ ପୁନର୍ବାର ନୂଆ ରୂପ ନେଇଛି । ସଲମାନଙ୍କୁ ସେ ଡରପୋକ ଗୁଣ୍ଡା କହିଛନ୍ତି । ଫ୍ଲପ ସିଙ୍ଗର, ସଂଘର୍ଷରତ ମଡେଲ ଏବଂ ବିଗ ବସ ପ୍ରତିଯୋଗୀଙ୍କୁ ବ୍ୟବହାର କରି ତୁମେ ମୋତେ ଧମକାଇବାକୁ ଚାହୁଁଛ । ସେମାନଙ୍କୁ ମୁଁ ଚିହ୍ନେନି ଅଥଚ ସେମାନେ ମୋତେ ଟାର୍ଗେଟ କରୁଛନ୍ତି । ଯେତେ ଚେଷ୍ଟା କଲେ ବି ମୁଁ ତୁମକୁ ଛାଡିବି ନାହିଁ । ବର୍ବାଦ କରିଦେବି ବୋଲି ସେ କହିଛନ୍ତି ।

ବଲିଉଡର କଳାକାରମାନେ ତାଙ୍କୁ ସମର୍ଥନ କରୁ ନ ଥିବାରୁ କେଆରକେ ସେମାନଙ୍କୁ ମଧ୍ୟ ଗାଳି ଦେଇଛନ୍ତି । ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ ଫିଲ୍ମକୁ କେଆରକେ କଡା ସମାଲୋଚନା କରିଥିଲେ । ଏହା ପରେ ଉଭୟ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.