ନୂଆଦିଲ୍ଲୀ: କରୋନା ଟିକାକରଣ ଭିତରେ ଆଉ ଗୋଟିଏ ଖୁସି ଖବର ସାମନାକୁ ଆସିଛି । ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ । ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର । ଏଥିପାଇଁ ଅଗ୍ରୀମ ଆକାରରେ ଦେବେ ୧୫ଶହ କୋଟି ଟଙ୍କା ।
ଏହି ଭ୍ୟାକସିନ୍ ଅଗଷ୍ଟରୁ ଡିସେମ୍ବର ଭିତରେ ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କରି ସଂରକ୍ଷିତ ରଖାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକା ଟ୍ରାଏଲରୁ ସୁଫଳ ମିଳିଛି । ଏହାପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଛି ବାୟୋଲୋଜିକାଲ୍-ଇ । ଆଗାମୀ କିଛି ମାସ ଭିତରେ ଏହି ଟିକା ଉପଲବ୍ଧ ହେବା ନେଇ ଆଶା କରାଯାଉଛି ।
Ministry of Health and Family Welfare (MoHFW) finalises arrangements with Hyderabad-based vaccine manufacturer Biological-E to reserve 30 cr doses of vaccine, will be manufactured & stockpiled by Biological-E from Aug-Dec 2021 & MoHFW would make an advance payment of Rs 1500 cr pic.twitter.com/7as5DrXzLN
— ANI (@ANI) June 3, 2021
ଏବେ ଦେଶରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡ ଦିଆଯାଉଛି । ଯେତିକି ଟିକା ଉତ୍ପାଦନ ହେଉଛି ତାହା ନିଅଣ୍ଟ ହେଉଛି । ଏଯାଏ କୌଣସି ବିଦେଶୀ କମ୍ପାନୀର କୋଭିଡ୍ ଟିକା ଭାରତ ଆସିବା ନେଇ ଗ୍ରୀନ୍ ସିଗନାଲ୍ ବି ମିଳିନି । ଏଭଳି ପରିସ୍ଥିତିରେ ବାୟୋଲୋଜିକାଲ-ଇର କରୋନା ଟିକା ନୂଆ ଆଶା ସଞ୍ଚାର କରିଛି ।
Comments are closed.