Latest Odisha News

BREAKING NEWS

ଟିକା ନେବାକୁ ମନା କରିବାରୁ ଅନ୍ଧାରରେ ରହିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୁଜର ସୌରିଖ ଅଞ୍ଚଳର ଏକ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ଟିକା ନେବାକୁ ମନା କରିବା ପରେ ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି।

ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ, “କରୋନା ବିରୋଧରେ ଲୋକଙ୍କୁ ଟିକାକରଣ କରିବା ପାଇଁ ଏସଡିଏମ ବୁଧବାର ଦିନ ଗାଁକୁ ଆସିଥିଲେ। ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉ ନାହାନ୍ତି। କିନ୍ତୁ ଯେଉଁମାନେ ଟିକା ନେବାକୁ ମନା କରି ଦେଇଛନ୍ତି ସେମାନେ ଏହାର ପରିଣାମ ଭୋଗୁଛନ୍ତି। ଟିକାକରଣକୁ ମନା କରିଥିବା ଗ୍ରାମବାସୀଙ୍କ ଘରେ ବିଦ୍ୟୁତ ସଂଯୋଗ ଛିନ୍ନ କରିବାକୁ ଏସଡିଏମ୍‌ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରି ଏଡିଏମ କହିଛନ୍ତି ଯେ ଯେଉଁ ପରିବାର ବିଲ ପୈଠ କରିନାହାଁନ୍ତି ସେମାନଙ୍କର ବିଦ୍ୟୁତ୍‌ କାଟ୍‌ ହୋଇଛି। ଟିକାକରଣ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Comments are closed.