ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ ଓଡ଼ିଶାର ରଙ୍ଗ । ଦୁଇ ଦିନ ତଳେ ୨୫ଟି ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୧୩କୁ ଖସିଛି । ଅର୍ଥାତ୍ ଏବେ ରେଡ ଜୋନରେ ଓଡ଼ିଶାରେ ୧୩ଟି ଜିଲ୍ଲା ଅଛି । ଯାହାକି କରୋନା ମୁକାବିଲାରେ ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ।
ରେଡ୍ ଜୋନରେ ୧୩, ଗ୍ରୀନ୍ ଜୋନରେ ୭ଟି ଜିଲ୍ଲା
ରେଡ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ । ବର୍ତ୍ତମାନ ଗ୍ରୀନ୍ ଜୋନରେ ଅଛି ୭ଟି ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ଗଜପତି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଦେବଗଡ଼ ଓ ଝାରସୁଗୁଡ଼ା । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି ।
ୟେଲୋ ଜୋନରେ ୧୦ଟି ଜିଲ୍ଲା
୧୦ଟି ଜିଲ୍ଲା କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ୱଲପୁର ୟେଲୋ ଜୋନରେ ଆସୁଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେରୁ ତିନି ହଜାର ଭିତରେ ରହିଛି ।
BREAKING NEWS
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
Comments are closed.