Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ଜୁଲାଇ ୨ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି

କଟକ: ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି । ରାଜ୍ୟରେ ଲକଡାଉନ ବୃଦ୍ଧି ପରେ ଆସନ୍ତା ସୋମବାରଠାରୁ ଜୁଲାଇ ୨ ତାରିଖ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ପ୍ରତି କାର୍ୟ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ ବେଞ୍ଚ କାମ କରିବେ । ସକାଳ ସାଢ଼େ ୧୦ଟାରୁ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ ।

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାମ ଜାରି ରହିବ । ଅଫିସର ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାରିକୁ କୋର୍ଟ ଭିରତକୁ ପ୍ରବେଶ ଅନୁମତି ନାହିଁ । ଅନଲାଇନରେ ଅଭିଯୋଗ ଓ କାଗଜପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ନୂଆ ମାମଲା ସହ ଡକ୍ୟୁମେଣ୍ଟ ଦାଖଲ ଡ୍ରପ ବକ୍ସ, ଇ-ମେଲ ବା ଇ-ପୋର୍ଟାଲରେ କରିବେ । ସେହିଭଳି ଜୁନ ୭ରୁ ଜୁଲାଇ ୨ ଯାଏ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

Leave A Reply

Your email address will not be published.