Latest Odisha News

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି । ୨୪ ଘଣ୍ଟାରେ ଆଉ ୬ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ନେଲାଣି ୪୯୧ ଜୀବନ ।

ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାରେ ୩ ଜଣ ଲେଖାଏ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ବରଗଡ଼, ବଲାଙ୍ଗିର, ଦେବଗଡ଼ ଜିଲ୍ଲାରେ ଆଉ ୨ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ୱଲପୁର ଜିଲ୍ଲାରୁ କରୋନା ନେଇଛି ଆଉ ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯ଶହ ୫୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.