ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଥ୍ଲେଟ୍ ତଥା ସ୍ୱର୍ଣ୍ଣ ପଦକ ବିଜେତା ମିଲ୍ଖା ସିଂ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଚଣ୍ଡିଗଡ଼ PGIMER କହିଛନ୍ତି। ୯୧ ବର୍ଷୀୟ ମିଲ୍ଖା ସିଂ କରୋନା ସଂକ୍ରମିତ ହେଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସୁଧୁରିବାରେ ଲାଗିଛି।
ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇବା ଯୋଗୁ ଗତ ଗୁରୁବାର ଦିନ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କିମ୍ବଦନ୍ତୀ ଆଥ୍ଲେଟ୍ ମିଲ୍ଖା ସିଂ ଚାରିଥର ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ଜିତିବା ସହ ୧୯୫୮ କମନୱେଲଥ ଗେମ୍ସ ଚାମ୍ପିଅନ୍ ମଧ୍ୟ ହୋଇଛନ୍ତି।