Latest Odisha News

ଟିକା ପରୀକ୍ଷଣ; ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କୋଭାକ୍ସିନ୍ ପରୀକ୍ଷଣ ପାଇଁ ସ୍କ୍ରିନିଂ ଆରମ୍ଭ ହେବ।

ଏହି ପ୍ରକ୍ରିୟାରେ ପାଟନା ଏମ୍ସ ଆଗରେ ରହିଛି। ଗତ କାଲି ଆଉ ୭ ଜଣଙ୍କଠାରେ ଟିକା ପରୀକ୍ଷଣ ଲାଗି ସ୍କ୍ରିନିଂ ଆରମ୍ଭ କରିଥିଲା ପାଟନା ଏମ୍ସ। ଏହାପରେ ଦିଲ୍ଲୀ ଏମ୍ସରେ ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଡିସିଜିଆଇର ଅନୁମତି ପରେ ଦିଲ୍ଲୀ ଏମ୍ସରେ ବର୍ତ୍ତମାନ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବା ପୂର୍ବରୁ ପିଲାମାନଙ୍କର ସ୍କ୍ରିନିଂ ଆରମ୍ଭ କରୁଛି।

କୋଭାକ୍ସିନ୍‌ର ଏହି କ୍ଲିନିକାଲ୍ ପରୀକ୍ଷଣରେ ମୋଟ ୫୨୫ ଜଣ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯିବ, ଯାହାକୁ ତିନିଟି ଦଳରେ ବିଭକ୍ତ କରାଯିବ।

ପ୍ରଥମ ଦଳରେ ୧୨ ରୁ ୧୮ ବର୍ଷ ମଧ୍ୟରେ ୧୭୫ ପିଲା ଥିବାବେଳେ ଦ୍ୱିତୀୟରେ  ୬ ରୁ ୧୨ ବର୍ଷ ମଧ୍ୟରେ ୧୭୫ ପିଲା ରହିବେ। ତୃତୀୟ ଗ୍ରୁପ୍‌ରେରେ ୨ ରୁ ୬ ବର୍ଷ ମଧ୍ୟରେ ଆଉ ୧୭୫ ଜଣ ପିଲାଙ୍କୁ ସାମିଲ୍‌ କରାଯିବ।

Comments are closed.